Report Card Odisha

| Daily Odia News

ଆଜିବି ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧୦ -୧୨ ହଜାରରୁ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ | ସମସ୍ତଙ୍କୁ ଅଣନିଶ୍ୱାସୀ କଲାଣି କରୋନାର ଦ୍ଵିତୀୟ ହାଲହର | ଆଜିବି ରାଜ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୭୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୮୧ରେ ପହଞ୍ଚି ଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୬୦୬, ବାଲେଶ୍ୱର ୩୫୪, ବରଗଡ଼ ୪୦୪, ଭଦ୍ରକ ୪୪୩, ବଲାଙ୍ଗୀର ୫୦୭, ବୌଦ୍ଧ ୧୩୩, କଟକ ୯୭୩, ଦେଓଗଡ଼ ୧୦୨, ଢେଙ୍କାନାଳ ୨୮୯, ଗଜପତି ୧୪୧, ଗଞ୍ଜାମ ୨୦୯, ଜଗତସିଂହପୁର ୨୦୯, ଜଗତସିଂହପୁର ୨୧୯, ଯାଜପୁର ୨୮୧,ଝାରସୁଗୁଡ଼ା ୩୮୮, କଳାହାଣ୍ଡି ୧୨୫, କନ୍ଧମାଳ ୮୭, କେନ୍ଦ୍ରାପଡ଼ା ୧୪୮, କେନ୍ଦୁଝର ୨୦୮, ଖୋର୍ଦ୍ଧା ୯୦୯, କୋରପୁଟ ୨୮୨, ମାଲକାନଗିରି ୧୨୩, ମୟୁରଭଞ୍ଜ ୪୫୪, ନବରଙ୍ଗପୁର ୩୮୬, ନୟାଗଡ଼ ୨୨୭, ନୂଆପଡ଼ା ୫୦୨, ପୁରୀ ୩୫୦, ରାୟଗଡ଼ା ୧୩୬, ସମ୍ବଲପୁର ୪୯୪, ସୋନପୁର ୨୪୫, ସୁନ୍ଦରଗଡ଼ ୮୩୨, ଷ୍ଟେଟ୍‌ ପୁଲ୍‌ରୁ ୨୦୦ଜଣ ରହିଛନ୍ତି । ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୯୪୧୧୯୨ସାମ୍ପୁଲ ଟେଷ୍ଟ୍ ହୋଇଛି ।

Breaking News