Report Card Odisha

| Daily Odia News

ମହାଶିବରାତ୍ରି ପାଇଁ ଗାଇଡଲାଇନ ଜାରି କଲେ SRC…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ କମିଛି | ମହାଶିବରାତ୍ରି ପାଇଁ ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ମାର୍ଗଦର୍ଶିକାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଉପରେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି ଆୟୁକ୍ତ ଦୃଷ୍ଟି ରଖିବାକୁ କୁହାଯାଇଛି। ମନ୍ଦିର ଭିତରେ ଓ ବାହାରେ ଯେଭଳି ଅଯଥା ଭିଡ଼ ନ ହେବ, ଏହାସହିତ କୌଣସି ମେଳା ନ ହୁଏ ସେ ବାବଦରେ ପଦକ୍ଷେପ ନେବେ। ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ କରୋନାର ସମସ୍ତ ନିୟମାବଳୀ ପାଳନ ପୂର୍ବକ ଯେପରି ତୁଣ୍ଡି ପିନ୍ଧିବା ସହ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ଏପରି ସ୍ଥିତିରେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ପୋଲିସ କମିଶନରଙ୍କୁ କଟକଣା ଲାଗୁ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବା ବେଳେ ସାମାଜିକ ଦୂରତା ରକ୍ଷା ସହ କୋଭିଡ୍ ନିୟମକୁ ମାନିବାକୁ କୁହାଯାଇଛି । ଗତବର୍ଷ ଜାଗର ଅବସରରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହୋଇ ଦୀପ ଜାଳିବାକୁ ବାରଣ କରାଯାଇଥିଲା । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇପାରେ ।

Breaking News