ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି। ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ସବୁ ଆଡେ ହାହାକାର ସ୍ଥିତି ଦେଖା ଦେଇଛି | ଏହା ଭିତରେ ପୁଣି ବିପଦ ଘନେଇବାରେ ଲାଗିଛି। କରୋନାର ତୃତୀୟ ଲହର ଚଳିତ ବର୍ଷ ଅକ୍ଟୋବରରେ ଆସିବ ବୋଲି କର୍ନାଟକର ଟେକ୍ନିକାଲ କମିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟିଏସିର ରିପୋର୍ଟରେ ଦର୍ଶାଯାଇଛି ଯେ, କର୍ନାଟକରେ ଅକ୍ଟୋବର-ନଭେମ୍ବରରେ ଏହି ଲହର ଆରମ୍ଭ ହେବ। ଏହା ଦ୍ୱାରା ଯୁବବର୍ଗ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକାଦାନ କରାଯାଇ ସାରିଛି। ତେଣୁ ସେମାନେ ସୁରକ୍ଷିତ ରହିବେ। ତେବେ ଯୁବବର୍ଗଙ୍କ ଟିକାକାରଣ ଅକ୍ଟୋବର ବେଳକୁ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବ । ତେଣୁ ସେମାନଙ୍କଠାରେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଥିବା ଟିଏସି ରିପୋର୍ଟରେ ପ୍ରକାଶ ପାଇଛି। ଏହା ସହିତ ଛୋଟପିଲାଙ୍କ ପ୍ରତି ମଧ୍ୟ ବିପଦ ରହିଥିବା ରିପୋର୍ଟରେ କୁହାଯାଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟିଏସି ପକ୍ଷରୁ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……