ରିପୋର୍ଟ କାର୍ଡ / ମୁମ୍ବାଇ
ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ କୋଭିଡ୍ ଯୋଗୁଁ ବିକ୍ରମଜିତଙ୍କର ଦେହାନ୍ତ ହୋଇଛି | ସେ ସେନାରୁ ଅବସର ଗ୍ରହଣ କରିବା ପରେ ୨୦୦୩ ମସିହାରେ ବିକ୍ରମ କଳା ଜଗତରେ ପାଦ ଦେଇଥିଲେ । ବିଭିନ୍ନ ପ୍ରକାର ଚଳଚିତ୍ର, ଧାରାବାହିକରେ ବିକ୍ରମ ଜଣେ ଦକ୍ଷ ସହଯୋଗୀ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ଆଜି ସକାଳେ କୋଭିଡ୍ ଯୋଗୁଁ ଅଭିନେତା ମେଜର ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିଲେ, ଯିଏ ଅନେକ ଫିଲ୍ମ ଏବଂ ଟେଲିଭିଜନ ସିରିଏଲରେ ସହାୟକ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ।’ କରୋନା ମହାମାରୀ ଯୋଗୁଁ ବଲିଉଡ୍ ଜଗତକୁ ଅଧିକ କ୍ଷତି ସହିବାକୁ ପଡୁଛି । କୋଭିଡ୍-୧୯ ଯୋଗୁଁ ଅନେକ କଳାକାର ପ୍ରାଣ ହରାଇସାରିଲେଣି ।
More Stories
ଧମାଲ କରୁଛି ‘ଭୁଲ୍ ଭୁଲୈୟା ୩’,‘ସିଙ୍ଘମ ଏଗେନ୍’…..
ସଲମାନଙ୍କୁ ପୁଣି ଧମକ,ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ…..
ବଢିଲା ଭାଇଜାନ୍ଙ୍କ ସୁରକ୍ଷା ବ୍ୟବସ୍ଥା…..