ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କଲେ ମଧ୍ୟ ମହାମାରୀ ଥମିବାର ନାଁ ନେଉନି। ଗତ ୨୪ ଘଂଟା ମଧ୍ୟରେ ଦେଶର ୪ ଲକ୍ଷ ୧ ହଜାର ୯୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି| ଏହି ଅକ୍ରାଙ୍କଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯କୁ ବୃଦ୍ଧି ପାଇଛି। ଆଜି ୩ ହଜାର ୫୨୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ୨ ଲକ୍ଷ ୧୧ ହଜାର ୮୫୩ରେ ପହଂଚିଛି। ଅନ୍ୟପକ୍ଷରେ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୯୯ ହଜାର ୯୮୮ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଆରୋଗ୍ୟ ହାର ୮୧.୮୪%କୁ ବୃଦ୍ଧି ପାଇଛି। ଏବେ ଦେଶରେ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୯୮ ହଜାର ୪୮୨ ବୃଦ୍ଧି ଘଟିବା ଫଳରେ ମୋଟ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୩୨ ଲକ୍ଷ ୬୮ ହଜାର ୭୧୦କୁ ବୃଦ୍ଧି ପାଇଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……