ରିପୋର୍ଟ କାର୍ଡ / କୋଲ୍କାତା
କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ଶୁକ୍ରବାର ପଶ୍ଚିମବଙ୍ଗ ସରକାର ଆଦେଶନାମା ଜାରି କରି କହିଛନ୍ତି। ରାଜ୍ୟର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସପିଙ୍ଗ୍ କମ୍ପ୍ଲେକ୍ସ/ମଲ୍, ବିୟୁଟି ପାର୍ଲର୍, ସିନେମା ହଲ୍, ରେସ୍ତୋରାଁ, ବାର୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ୍, ଜିମ୍, ସ୍ପା, ଏବଂ ସୁଇମିଙ୍ଗ୍ ପୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ, ଔଷଧ ଦୋକାନ, ଡାକ୍ତରୀ ଉପକରଣ ଦୋକାନ, ‘ହୋମ୍ ଡେଲିଭରି’ ସମେତ ତେଜରାତି ଦୋକାନ ସବୁକୁ ଏହି ନିଷେଧାଦେଶରୁ ବାଦ୍ ଦିଆ ଯାଇଛି। ରାଜ୍ୟରେ ଥିବା ଦୋକାନଗୁଡ଼ିକ କେବଳ ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ ଓ ସାଂସ୍କୃତିକ ସମାବେଶକୁ ନିଷେଧ କରାଯାଇଛି। ସରକାରଙ୍କ ଆଦେଶ ଅନୁସାରେ, ଭୋଟ୍ ଗଣନ ପ୍ରକ୍ରିୟା ଏବଂ ବିଜୟ ରାଲି ବା ପଟୁଆର ସଂକ୍ରାନ୍ତ ସମସ୍ତ କାର୍ଯ୍ୟକଳାପ ଭାରତର ନିର୍ବାଚନ କମିସନ୍ଙ୍କଦ୍ବାରା ଜାରି ସଦ୍ୟତମ ଆଦେଶ ଅନୁସାରେ ପାଳନ କରାଯିବ। ଉପରୋକ୍ତ ଆଦେଶନାମା ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ‘୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ’ ଆଧାରରେ ଦଣ୍ଡ ବିଧାନ କରାଯିବା ସହ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୮୮ ଏବଂ ଅନ୍ୟାନ୍ୟ ଆଇନଗତ ଦଣ୍ଡ ବିଧାନ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି ।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..