Report Card Odisha

| Daily Odia News

ଦେଶରେ ୧, ୧୪, ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ,୨୬୭୭ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ଆଉ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଦୀର୍ଘ ୬୦ ଦିନ ବା ୨ ମାସ ମଧ୍ୟରେ ସର୍ବନିମ୍ନ | ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣ ୨ କୋଟି ୮୮ ଲକ୍ଷ ୦୯ ହଜାର ୩୩୯କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କ୍ରମାଗତ ୨୪ ଦିନ ଧରି ଆରୋଗ୍ୟଙ୍କ ସଂଖ୍ୟା ଆକ୍ରାନ୍ତଙ୍କଠାରୁ ଅଧିକ ରହିଛି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର୯୩.୬୭ % କୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯କୁ ବୃଦ୍ଧି ପାଇଛ। ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ହାର ୧.୨୦% ରହିଛି। ସଂକ୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯ ରହିଛି। ସକ୍ରିୟ ଆକ୍ରାନ୍ତ ହାର ୫.୧୩ %କୁ ହ୍ରାସ ପାଇଛି। ଦେଶରେ ସାପ୍ତାହିକ ସଂକ୍ରମଣ ହାର ୬.୫୪% ରହିଛି।

 

Breaking News