ରିପୋର୍ଟ କାର୍ଡ / କୋଲକାତା
ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଟିଏମସି | ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ଆଣିଛି ଟିଏମସି । ଚୋରି ମାମଲାରେ ଶୁଭେନ୍ଦୁ ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ସେ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କୁ ମାତ୍ ଦେଇଛନ୍ତି । ନିର୍ବାଚନ ଫଳାଫଳ ପରଠାରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ସ୍ପଷ୍ଟ ଦେଖିବାକୁ ମିଳୁଛି । ନନ୍ଦୀଗ୍ରାମରୁ ବିଧାୟକ ତଥା ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ବିରୋଧୀ ଦଳ ନେତା ଭାବେ ଚୟନ କରିଛି ବିଜେପି । ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି କଳହ ବଢ଼ୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ଏବଂ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ Y+ ସୁରକ୍ଷା କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି |
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..