ରିପୋର୍ଟ କାର୍ଡ / ଜୟପୁର
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ରାଜସ୍ଥାନର ଜୟପୁରରେ ଏକ ଦମ୍ପତି ଚଳନ୍ତା ବାଇକ୍ରେ ବସି ଚୁମ୍ବନ କରୁଥିବା ଭିଡିଓ ଭାଇରାଲ୍ ହେଉଛି | ଏହି ଭିଡିଓ ଭାଇରାଲ୍ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଇରାଲ୍ ଭିଡିଓରେ ଦେଖାଯାଉଛି, ଜଣେ ମହିଳାଙ୍କୁ ପଛରେ ବସାଇ ଜଣେ ପୁରୁଷ ଲୋକ ଗହଳି ରାସ୍ତାରେ ବାଇକ୍ ଚଳାଇ ଯାଉଛନ୍ତି। କିନ୍ତୁ, ବାଇକ୍ ଚଳାଉଥିବା ବେଳେ ରାସ୍ତାକୁ ନ ଚାହିଁ ସେ ପଛରେ ବସିଥିବା ମହିଳାଙ୍କୁ ଚୁମ୍ବନ ଦେଉଛନ୍ତି।ଦୁହିଁଙ୍କ ମଧ୍ୟରୁ କେହି ହେଲ୍ମେଟ୍ ପିନ୍ଧି ନାହାନ୍ତି। କେହି ଜଣେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ସେୟାର୍ କରିବା ପରେ ତାହା ଭାଇରାଲ୍ ହୋଇଯାଇଥିଲା। ଏହି ଭାଇରାଲ୍ ଭିଡିଓ ବିଷୟରେ ସୂଚନା ପାଇ ଜଣେ ପଦସ୍ଥ ଟ୍ରାଫିକ୍ ପୁଲିସ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେବା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍ ଚାଳକଙ୍କ ଉପରେ ଜରିମାନା କରିଛନ୍ତି। ଜୟପୁର ଟ୍ରାଫିକ୍ ଅଧିକାରୀଜଣକ କହିଛନ୍ତି, ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଅନ୍ୟ କାର୍ଯ୍ୟରେ ମଗ୍ନ ଥିବାର ଭିଡିଓ ଆମେ ସାମାଜିକ ଗଣମାଧ୍ୟମରୁ ପାଇଲୁ। ଭିଡିଓରେ ଦେଖାଯାଉଥିବା ରେଜିଷ୍ଟ୍ରେସନ୍ ନମ୍ବର ଆଧାରରେ ଆମେ ଗାଡ଼ି ମାଲିକଙ୍କ ନାଁ ଓ ଠିକଣା ପାଇ ‘ମୋଟୋର୍ ଭେଇକ୍ଲ୍ ଆକ୍ଟ ୧୯୮୮’ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..