ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୨୩ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାଗିଦାରୀ ଭିତ୍ତିରେ ନୂଆ ସୈନିକ ସ୍କୁଲ୍ ଗୁଡ଼ିକର ସଂଖ୍ୟା ୪୨କୁ ବୃଦ୍ଧି ପାଇବ । ଏନଜିଓ, ବେସରକାରୀ ସ୍କୁଲ୍ ଓ ରାଜ୍ୟସରକାର ମାନଙ୍କ ସହ ଭାଗିଦାରୀରେ ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ନେଇ ସରକାର ଘୋଷଣା କରିଥିଲେ । ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପଛରେ ଥିବା ମୁଖ୍ୟ କାରଣ ହେଉଛି ଜାତୀୟ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ସମ୍ପନ୍ନ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସାହାଯ୍ୟ କରିବା ସହ ସେମାନଙ୍କୁ ସେନା ବାହିନୀରେ ଯୋଗ ଦେବାରେ ସହାୟତା କରିବ। ଏହା ବ୍ୟତୀତ ଏହି ପଦକ୍ଷେପ ବେସରକାରୀ କ୍ଷେତ୍ରକୁ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ। ରାଜ୍ୟର ଢେଙ୍କାନାଳ ଠାରେ ଅବକାଶ ଫାଉଣ୍ଡେସନ୍ ସହଭାଗିତାରେ ଶଙ୍କର ପବ୍ଲିକ ସ୍କୁଲକୁ ସୈନିକ୍ୟ ସ୍କୁଲର ମାନ୍ୟତା ମିଳିଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..