ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ହାଜତ ରହଣି ଅବଧି ବୃଦ୍ଧି ହୋଇଛି | ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ନଭେମ୍ବର ୧୦ ଯାଏ ବୃଦ୍ଧି କରି ଦେଇଛନ୍ତି। ସଞ୍ଜୟ ସିଂହ ୧୦ ତାରିଖ ଯାଏ ଜେଲରେ ରହିବେ। ଜେଲରେ ରହିବା ବେଳେ ସଞ୍ଜୟ ସିଂହ ତାଙ୍କ ପରିବାର ଖର୍ଚ୍ଚ ପାଇଁ କିଛି ଚେକ୍ରେ ଦସ୍ତଖତ କରିପାରିବେ। ସେହିପରି ସାଂସଦ ଭାବେ ମଧ୍ୟ ନିଜର ଦାୟିତ୍ୱ ସଂପାଦନ କରିପାରିବେ। ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପାଣ୍ଠି ଓ ଦସ୍ତାବିଜକୁ ସେ ଅନୁମୋଦନ କରିପାରିବେ ବୋଲି ସ୍ପେଶାଲ ଜଜ ଏମକେ ନାଗପାଲ କହିଛନ୍ତି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..