ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହର ବିରୋଧରେ ଆମର ଲଢେଇ ଜାରି ରିହିଛି। ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହା ମଧ୍ୟ କହିଛନ୍ତି କି ଏଭଳି ମହାମାରୀ ଆଧୁନିକ ବିଶ୍ବ କେବେ ଦେଖି ନ ଥିଲା ନା ଅନୁଭବ କରି ନଥିଲା। ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ିଛିି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ମେଡିକାଲ ଅମ୍ଳଜାନର କେବେ ଏଭଳି ଆବଶ୍ୟକତା ନ ଥିଲା। ଅମ୍ଳଜାନ ପାଇଁ ଜଳ, ସ୍ଥଳ, ଆକାଶ ସବୁକିଛିର ବ୍ୟବହାର କରାଯାଇଛି। ନଭେମ୍ବର ମାସ ଯାଏ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ | ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ମିଳିବ ନେଇ ଘୋଷଣା ହୋଇଛି । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି |
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..