Report Card Odisha

| Daily Odia News

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ,୨୪ ଘଣ୍ଟାରେ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ,ପୁଣି ୧ ଜୀବନ ନେଲା କରୋନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ଭୟଙ୍କର ରୂପ ଧାରଣ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨୮୨ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ୍ୟରେ ପୁଣି ଜଣଙ୍କ ଜୀବନ ନେଇଛି କରୋନା। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ଲୋକାଲ କେସ୍‌ ରହିଛି। ମୋଟ ପଜିଟିଭ ସଂଖ୍ୟା ୩,୪୬,୮୦୮କୁ ବୃଦ୍ଧି ପାଇଛି। ୩,୩୮,୮୯୦ ସୁସ୍ଥ ହୋଇଥିବା ବେଳେ ୫୯୪୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ସମସ୍ତ ଆକ୍ରାନ୍ତ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ସୂଚନା ଅନୁସାରେ, ଅନୁଗୁଳରୁ ୪୯, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮୪, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୧୦୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୬, ଖୋର୍ଧାରୁ ୧୯୨, କୋରାପୁଟରୁ ୮, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ନୟାଗଡ଼ରୁ ୧୦, ନୂଆପଡ଼ାରୁ ୮୨, ପୁରୀରୁ ୨୮, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୮୨, ସୋନପୁରରୁ ୧୨ ଜଣ ସହ ସୁନ୍ଦରଗଡ଼ରୁ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲର ସଂଖ୍ୟା ୪୫ ରହିଛି। ରାଜ୍ୟରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା ୩୪୬୮୦୮ ରହିଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୩୩୮୮୯୦ ଜଣ। ଏହାସହ ଆକ୍ଟିଭ୍‌ ସଂଖ୍ୟା ୫୯୪୧ ରହିଛି।

Breaking News