Report Card Odisha

| Daily Odia News

ଏହି ସଂକଟ ସମୟରେ ଭାରତ ସହ ଆମେରିକା ଅଛି :କମଳା ହ୍ୟାରିସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଏହି ସଂକଟ ସମୟରେ ସହଯୋଗର ହାତ ବଢାଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପୂର୍ବରୁ ଟିକା ଉତ୍ପାଦନ ପାଇଁ ଆବଶ୍ୟାକୀୟ କଞ୍ଚାମାଲ ସବୁ ପଠାଯାଉଥିବାବେଳେ ଏବେ ଆମେରିକା ଅଧିକ ସହାୟତା ପ୍ରଦାନ କରିବ । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହା କହିଛନ୍ତି । ଦୈନିକ ସଂକ୍ରମିତ ହାର ସହ ମୃତ୍ୟୁ ହାର ବି ତାଳ ଦେଇ ବଢିବାରେ ଲଗାଛି । ଏସବୁକୁ ଦୃଷ୍ଟିରେ ରଖି ଭାରତର ସୁଚିନ୍ତା କରିବା ଆମେରିକାର ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି କମଳା ହାରିସ । ଜୋ ବାଇଡେନ୍‌ଙ୍କ ନେତୃତ୍ୱରେ ଆମେରିକା ପ୍ରଶାସନ ଭାରତକୁ ସହାୟତା ପ୍ରଦାନ କରିବା ଲାଗି କାମ କରୁଛି । କରୋନାର ପ୍ରାରମ୍ଭିକ ସମୟରେ ଆମେରିକା ଯେତେବେଳେ ସଂକଟ ସ୍ଥିତି ଦେଇ ଗତି କରୁଥିଲା, ଭାରତରୁ ଶଯ୍ୟା ଓ ଅନ୍ୟ ମେଡିକାଲ ସାମଗ୍ରୀ ଆସିଥିଲା । ଆଜି ଭାରତ ଯେତେବେଳେ ଅସୁବିଧାରେ ପଡ଼ିଛି, ଆମେ ଉପଯୁକ୍ତ ସାହାଯ୍ୟ କରିବା ଦରକାର । ଏକ କାର୍ଯ୍ୟକ୍ରମରେ ଯୋଗଦେଇ କମଳା ହ୍ୟାରିସ କହିଛନ୍ତି ଯେ, ଭାରତର ବନ୍ଧୁ ରାଷ୍ଟ୍ର ଭାବେ ତଥା ଏସିଆନ କ୍ୱାଡର ସଦସ୍ୟ ଭାବେ ଆମକୁ ସହଯୋଗର ହାତ ବଢ଼ାଇବାର ଅଛି । ମୋର ବିଶ୍ୱାସ ଯେ, ଯଦି ଆମେ ସହଯୋଗର ହାତ ବଢ଼ାଇ ଚାଲିବା ତଥା ମିଳିମିଶି କାମ କରିବା ଆମେ ସଂକଟ ସମୟ ଟାଳି ପାରିବା । ଆମେରିକାରୁ ୨୦ ହଜାର ରେମଡେସିଭିର, ୧୫୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ ଭାରତକୁ ମିଳିସାରିଛି । ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ‘ଆମେ ଭାରତ ସହ ଅଛୁ’ ବୋଲି କହି ଆଶ୍ୱାସନା ଦେଇଥିଲେ |

Breaking News