ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର। ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ରଖିବା ବାଞ୍ଛନୀୟ। ରିପୋର୍ଟ ଆସିବା ଯାଏ ସାମ୍ପଲ ଦେଉଥିବା ଲୋକକୁ କ୍ୱାରେଣ୍ଟାଇନ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଦିନ ଆରଟିପିସିଆର ସାମ୍ପଲ ସଂଗ୍ରହ କରାଯିବ, ସେହିଦିନ ଲ୍ୟାବକୁ ପଠାଅ। ସାମ୍ପଲ ଦେଉଥିବା ଲୋକକୁ ରେଜଲ୍ଟ ଯଥାଶୀଘ୍ର ଜଣାନ୍ତୁ। ପଜିଟିଭ ରିପୋର୍ଟ ଆସିଥିବା ଲୋକକୁ ତୁରନ୍ତ ଆଇସୋଲେଟ ପାଇଁ କହିଲେ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର। ଓଡ଼ିଶାରେ ଭୟଙ୍କର ହେଲାଣି କରୋନା। ଏଠାରୁ ପ୍ରତିଦିନ ୫୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।






More Stories
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..