ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ହୋଇଛି ଓଡିଶା ପୋଲିସ |ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ, ସମାନ ଘଟଣାରେ ଆଉ ଦୁଇଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ଉଲ୍ଲେଖଯୋଗ୍ୟ, କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ କୋଟି ଟଙ୍କା ଜରିମାନା ଆଦାୟ କରିଥିବା ନେଇ ଓଡିଶା ଡିଜିପି ଅଭୟ କହିଛନ୍ତି। ଗତ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଅଭୟ କହିଥିଲେ ଯେ ୧,୪୮୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରିମାନା ମଧ୍ୟ ଆଦାୟ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୩୧,୭୫୮ ଗାଡି ଜବତ ସହ ୫.୩୦ ଲକ୍ଷ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଲୋକମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ନିବେଦନ କରିଛନ୍ତି ଡିଜିପି।






More Stories
୧ରୁ ଭିତରକନିକା ବନ୍ଦ…..
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ…..
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……