ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ହୁହୁ ହୋଇ ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ । ଏହି କ୍ରମରେ ରାଜ୍ୟର ଦୁଇଟି ଜିଲ୍ଲା ରେଡ୍ ଜୋନରେ ସାମିଲ ରହିଛି । ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ହାର ସର୍ବାଧିକ ରହିବା ସହିତ ପ୍ରତିଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଉକ୍ତ ଦୁଇଟି ଜିଲ୍ଲା ହେଲା ସୁନ୍ଦରଗଡ଼ ଓ ଖୋର୍ଦ୍ଧା । ସୁନ୍ଦରଗଡ଼ ଜିଲ୍ଲାର ଟିପିଆର୍ ହେଲା ୧୦.୮ ଓ ଖୋର୍ଦ୍ଧାର ହେଉଛି ୯.୯ । ସେହିପରି ୟେଲୋ ଜୋନରେ ରହିଛି ସମ୍ବଲପୁର ଓ ଦେବଗଡ଼ । ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ୩୬୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୧୮୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କେବଳ ଖୋର୍ଦ୍ଧାରୁ ୧୨୨୩ ଜଣ ଓ ସୁନ୍ଦରଗଡ଼ରୁ ୫୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..