ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଧୀରେ ଧୀରେ କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସରକାରୀ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ ର ଷ୍ଟାଣ୍ଡିଂ ଟେକ୍ନିକାଲ ସବ୍-କମିଟି ୫ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ Corbevax ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ Corbevax ଟିକା ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ସେହିପରି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ୍ ଦେବା ପାଇଁ ସୁପାରିଶ ହୋଇଛି । ତେବେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ୨୬ ଏପ୍ରିଲରେ ଭାରତ ବାୟୋଟେକକୁ ୬ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଏହା ସହ ଏପ୍ରିଲରେ ଡିସିଜିଆଇର ବିଶେଷଜ୍ଞ ପ୍ୟାନେଲ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ବାୟୋଲୋଜିକାଲ କୋଭିଡ ଟିକା Corbevaxର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିବାକୁ ସୁପାରିଶ କରିଥିଲା । ଏହା ସହ କୋଭିଡ୍ ବୁଷ୍ଟର ଡୋଜର ସମୟସୀମା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସମସ୍ତେ ୯ ମାସ ବଦଳରେ ୬ ମାସରେ ଟିକା ନେଇପାରିବେ । ଏନଟିଏଜିଆଇର ଷ୍ଟାଣ୍ଡିଂ ଟେକ୍ନିକାଲ ସବ-କମିଟି (ଏସଟିଏସସି) ପକ୍ଷରୁ ଗତ ମାସରେ ଏହି ସମୟସୀମା ହ୍ରାସ ନେଇ ସୁପାରିଶ କରାଯାଇଥିଲା । ତେବେ ଉକ୍ତ ସୁପାରିଶ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ ଦ୍ୱାରା ଅନୁମୋଦନ ଲାଭ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….