Report Card Odisha

| Daily Odia News

କୋଭିଡ୍‌ ଭ୍ୟାକ୍ସିନ ବଦଳରେ ନର୍ସ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଭିଡ୍‌ ସଂକ୍ରମଙ୍କୁ ଏଡେଇବା ପାଇଁ ଦେଶରେ ଭ୍ୟାକ୍ସିନ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି | ଏହା ଭିତରେ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି | କରୋନା ଭ୍ୟାକ୍ସିନ ନେବାକୁ ଆସିଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଟିକା ଦିଆଯାଇଛି । ଏମିତି ଏକ ଗୁରୁତର ଅଭିଯୋଗ ଆସିବା ପରେ ଜଣେ ଡାକ୍ତର ଏବଂ ଜଣେ ନର୍ସକୁ ନିଲମ୍ବିତ କରାଯାଇଛି। ଏହି ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏକ ମେଡିକାଲରେ। ସ୍ଥାନୀୟ ବାସିନ୍ଦା ରାଜକୁମାର ଯାଦବ ସୋମବାର କାଲୱା ଅଞ୍ଚଳରେ ଥିବା ଏକ କୋଭିଡ୍ ଭ୍ୟାକ୍ସିନ ସେଣ୍ଟରକୁ ଟିକା ନେବା ପାଇଁ ଯାଇଥିଲେ। ସେଠାରେ ସେ ଧାଡ଼ିରେ ଠିଆ ହୋଇଥିଲେ ଏବଂ ଭୁଲରେ ତାଙ୍କୁ କୁକୁର କାମୁଡ଼ା ଇଂଜେକ୍ସନ ଦିଆଯାଇଥିଲା। ତେବେ ବ୍ୟକ୍ତି ଜଣକ ଆତଙ୍କିତ ହୋଇପଡ଼ିଥିଲେ ମଧ୍ୟ ତାଙ୍କ ଅବସ୍ଥା ସ୍ଥିର ଅଛି। ତେବେ ଉପରୋକ୍ତ ଅଭିଯୋଗ ଆସିବା ପରେ ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତି କରି ମେଡିକାଲର ଦାୟିତ୍ୱରେ ଥିବା ଜଣେ ମହିଳା ଡାକ୍ତର ଏବଂ ଜଣେ ନର୍ସଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

Breaking News