Report Card Odisha

| Daily Odia News

୪୫ ବର୍ଷରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କରୋନା ଟିକା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । କରୋନା କଣ୍ଟ୍ରୋଲ ପାଇଁ ଟେଷ୍ଟିଂ କରାଯାଉଛି । ଅପ୍ରେଲ ୧ ତାରିଖରୁ ମେଗା ଟିକାକରଣ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ବରରେ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ବର୍ତ୍ତମାନ ୫-ଟି ବିଭାଗ ଉପରେ ଗୁରୁତ୍ବ ଦିଆଯାଉଛି । ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ଇଲେକ୍ଟ୍ରି ସପ୍ଲାୟରଙ୍କୁ ନେଇ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ବର୍ତ୍ତମାନ ଲକ୍ଷ୍ୟ ରଖାଯାଇଛି । ବାଲାଜୀ ଆପାର୍ଟମେଣ୍ଟରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯିବ । ସେହିଭଳି ଓଡିଏମ ସ୍କୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରିହିଛି । ଏପର୍ଯ୍ୟନ୍ତ ଭୁବନେଶ୍ବରର ୨ ରୁ ୩ଟି ସ୍ଥାନକୁ ସିଲ୍ କରାଯାଇଛି ।

Breaking News