Report Card Odisha

| Daily Odia News

ଋଷଭ ପନ୍ତ ଦମଦାର ବ୍ୟାଟିଂ,ଇଂଲଣ୍ଡ ଖେଳାଳି ଦେଲେ ସବାସୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ୍ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ସେ ୧୧୮ ବଲରୁ ୧୦୧ ରନ୍ କରି ଆଉଟ୍ ହୋଇଛନ୍ତି । ଏହି ପାଳିରେ ସେ ୧୩ ଚୌକା ଓ ୨ ଛକା ଲଗାଇଥିଲେ । ଏହି ପାଳି ପରେ ସମସ୍ତେ ପନ୍ତଙ୍କୁ ପ୍ରଶଂସା କରିଛନ୍ତି । ଇଂଲଣ୍ଡର ଅନେକ ଖେଳାଳି ପନ୍ତଙ୍କୁ ସାବାସୀ ଦେଇଛନ୍ତି । ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟପ୍ କହିଛନ୍ତି ଯେ, ପନ୍ତ ଆକର୍ଷଣୀୟ ସଟ୍ ଲଗାଉଛନ୍ତି । ସେ ଜେମ୍ସ ଆଣ୍ଡରସନଙ୍କୁ ଭଲ ବ୍ୟାଟିଂ କରିଥିଲେ । ଏହି ସଟର ଭିଡିଓ ଫ୍ଲିଣ୍ଟପ ସେୟାର କରିଛନ୍ତି । ଏହାସହ ଓ୍ୱାଓ ବୋଲି ମଧ୍ୟ ଲେଖିଛନ୍ତି ।ମାଇକେଲ୍ ଭନ ମଧ୍ୟ ପନ୍ତଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ପନ୍ତ ନିଜ ଡିଫେନ୍ସ ଉପରେ ବିଶ୍ୱାସ କରି ସଠିକ ସମୟରେ ବଡ ସଟ୍ ଖେଳନ୍ତି ।

 

 

Breaking News