Report Card Odisha

| Daily Odia News

ପ୍ରେମିକା କୁ ହତ୍ୟାକରି ଆତ୍ମସମର୍ପଣ କଲା ପ୍ରେମିକ….

ରିପୋର୍ଟ କାର୍ଡ / ରାୟଗଡ଼ା

ପ୍ରେମିକା ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ପ୍ରେମିକ | ବିଷମକଟକ ଥାନା ବାଙ୍କନାଳ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି | ନିଜ ପ୍ରେମିକାକୁ ଜଙ୍ଗଲରେ ମାରି ପ୍ରେମିକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବତୀଜଣକ ହେଲେ ବିଷମକଟକ ସଦର ଥାନାର ନିତୁ ନାଉରୀ । ନିତୁଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ବୟଫ୍ରେଣ୍ଡ ଗୁଣୁପୁର ଥାନାର ମରାଠୀଗୁଡା ଗ୍ରାମର ମାନୁଆଲ ଶବରଙ୍କୁ ଗିରଫ କରିଛି। ନିତୁ ବିଷମକଟକ ବ୍ଲକର ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଥିଲେ। ମାନୁଆଲ ଶବର ବିଷମକଟକରେ ରହି ଇଞ୍ଜିନିୟରିଂ ପଢ଼ୁଥିଲେ। ପ୍ରାୟ ୩ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଆଜି ସକାଳୁ ନିତୁ ନିଜ ଘରୁ ବାହାରି ଯାଇଥିଲେ। କିଛି ସମୟ ପରେ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ଏକ ଛୋଟ ଗଛରେ ବନ୍ଧାଯାଇଥିବା ରଶି ନିତୁଙ୍କ ବେକରେ ଗୁଡ଼ାଇ ହୋଇଥିବା ଦେଖିବାକୁ ପାଇଥିଲେ। ଏଥିସହ ନିତୁଙ୍କ ଶରୀର ମାଟିରେ ଲାଗି ରହିଥିଲ। ତେଣୁ ତାଙ୍କୁ ହତ୍ୟା ପରେ ଏପରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।କେଉଁ କାରଣ ପାଇଁ ପ୍ରେମିକା ନିତୁ କୁ ମାନୁଆଲ ହତ୍ୟାକଲା ଜଣାପଡ଼ିଛନାହିଁ |

Breaking News