Report Card Odisha

| Daily Odia News

୮ ବର୍ଷ ବୟସରେ ଶିଶୁ ସିରିଏଲ କିଲର୍, ୩ଜଣଙ୍କୁ କରିଥିଲା ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୟସ ମାତ୍ର ୮ ବର୍ଷ । ସେ ଏବେ ଶିଶୁ ସିରିଏଲ କିଲର୍। ଭଲ ପାଏ ଦେଖିବାକୁ ତାଜା ରକ୍ତ । ଶୁଣିଲେ ଟାଙ୍କୁରି ଉଠିବ ଲୋମ । ୮ ବର୍ଷର ଶିଶୁଟି ସାଜିଛି ଜଘନ୍ୟ ହତ୍ୟାକାରୀ। ତେବେ ଘଟଣାଟି ୨୦୦୭ର । ଏକ ଶିଶୁ କନ୍ୟାର ନିଖୋଜ ମାମଲା ତଦନ୍ତ କରିବାକୁ ଯାଇ ପୋଲିସ ହତ୍ୟାକାରୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣାର ମୁଖ୍ୟ ସୂଚନାଦାତା ଥିଲେ ଚୁନଚୁନ୍ ଦେବୀ ନାମକ ଜଣେ ମହିଳା । ସେ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ୮ ବର୍ଷର ଝିଅକୁ ଅପହରଣ କରି ହତ୍ୟା କରାଯାଇଛି । ଆଉ ସେ ହତ୍ୟାକାରୀର ନାଁ ବି କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ବିଶ୍ୱାସ କରିନଥିଲା । କାରଣ ଅଭିଯୁକ୍ତ ମାତ୍ର ୮ ବର୍ଷର ଜଣେ ନାବାଳକ । କିନ୍ତୁ ନଛୋଡବନ୍ଧା ଥିଲେ ଚୁନଚୁନ୍ ଦେବୀ । ଅଭିଯୁକ୍ତକୁ ଶେଷରେ ଥାନାକୁ ଆଣିବାକୁ ବାଧ୍ୟ ହେଲା ପୋଲିସ । ସେ ଥିଲା ୮ ବର୍ଷର ଅମରଦୀପ ସଦା । ତାର ଘର ଲୋକେ ବି ଏପରି ଅଭିଯୋଗକୁ ଅଦ୍ଭୁତ କହି ଅସ୍ୱୀକାର କରିଥିଲେ । କିନ୍ତୁ ଚୁନଚୁନ୍ ଦେବୀଙ୍କ ଜିଦ୍ ଆଗରେ ପୋଲିସ ନଇଁଲା । ଆଉ ତାପରେ ଅଧିକ ଆଶ୍ଚର୍ଯ୍ୟ କରିଦେଲା ଅମରଦୀପ । ଅବିଚଳିତ ଭାବେ ସେ କହିଗଲା ସବୁ ସତ । ପୋଲିସ ଜେରା ବେଳେ ଖାଇବାକୁ ବିସ୍କୁଟ ମାଗିଲା । ଆଉ ହସି ହସି କହିଲା ମୁଁ ଖୁସବୁକୁ ମାରିଛି । କେମିତି ମାରିଛି ତା ବି କହିଲା । ସ୍କୁଲରୁ ଡାକିନେଇ ସେ ଖୁସବୁକୁ ତଣ୍ଟି ଚିପି ଇଟା ଛେଚି ମାରିଥିଲା । ପୋଲିସକୁ ସେ ମୃତଦେହ ଲୁଚାଇଥିବା ଜାଗା ବି ଦେଖାଇ ଦେଲା । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅମରଦୀପ ମୁହଁରେ ଟିକେ ବି ଭୟ କିମ୍ବା ଅବଶୋଷର ଚିହ୍ନ ନଥିଲା । ହସିହସି ବେସ୍ ସ୍ୱାଭାବିକ ଭାବେ ସବୁ ସେ ବଖାଣି ଦେଲା । ସେଇଠୁ କିନ୍ତୁ ଆରମ୍ଭ ହେଲା ଆହୁରି ଅବିଶ୍ୱସନୀୟ ଅଧ୍ୟାୟଟିଏ । ନିଜେ ଅମରଦୀପ ପୋଲିସକୁ କହିଲା ଆଉ ଏକ ଭୟଙ୍କର ସତ । ସେ କେବଳ ଖୁସବୁକୁ ମାରିନି, ଆଗରୁ ବି ଆଉ ୨ ଜଣଙ୍କୁ ମାରିଛି । ଜଣେ ତାର ନିଜ ସାନ ଭଉଣୀ, ଆଉ ଜଣେ ତାର ସମ୍ପର୍କୀୟ ଉଭଣୀ । ତାଜୁବ ହୋଇଗଲା ପୋଲିସ । କିନ୍ତୁ ଜେରା ପରେ ମାନିଗଲେ ଅମରଦୀପର ପରିବାର । କାରଣ ଅମରଦୀପର ଏପରି ଅସ୍ୱାଭାବିକ ଆଚରଣ ଲୁଚାଇଥିଲେ ସେମାନେ । ଭାବିଥିଲେ ବଦଳିଯିବ । ଅମରଦୀପ ଥିଲା ସିରିଏଲ କିଲର୍ । ଜନ୍ମରୁ ସେ ଥିଲା ରକ୍ତ ପିପାସୁ । କିନ୍ତୁ ସେ କାହିଁକି ଏପରି କରୁଥିଲା ତାହା କେହି ଜାଣିପାରନ୍ତିନି । ତାର ଘର ଲୋକେ ଭାବୁଥିଲେ ସେ ବୋଧେ ପିଲାଳିଆମିରେ ଏମିତି କରିଛି । କିନ୍ତୁ ମନସ୍ତତ୍ୱବିତ୍ କହିଛନ୍ତି ଏହା ଏକ ରୋଗ । ସେ ରୋଗର ଲକ୍ଷଣ ହେଲା ଅନ୍ୟକୁ ହତ୍ୟା କରିବାରେ, ଯନ୍ତ୍ରଣା ଦେବାରେ ଏଭଳି ଅଭିଯୁକ୍ତଙ୍କୁ ଆନନ୍ଦ ମିଳିଥାଏ । ସେହି ରୋଗରେ ଆକ୍ରାନ୍ତ ଅମରଦୀପ । ମାମଲା କୋର୍ଟକୁ ଗଲା । ନାବାଳକ ହୋଇଥିବାରୁ ଜୁଭେନାଇଲ୍ କୋର୍ଟରେ ବିଚାର ହେଲା । ୩ ବର୍ଷର ଜେଲ ଦଣ୍ଡ ବି ଭୋଗିଲା ଅମରଦୀପ । କିନ୍ତୁ ଏବେ ସେ କେଉଁଠି । ଆଉ କିଛି ଅପରାଧ କରିଛି କି ନାହିଁ ତାହା ଅସ୍ପଷ୍ଟ । ଘର ଲୋକେ ତାକୁ ଚିକିତ୍ସା ପାଇଁ ମାନସିକ ରୋଗ ଡାକ୍ତରଖାନାରେ ଭର୍ତ୍ତି କରିଥିବା କୁହାଯାଉଥିବା ବେଳେ ଆଉ ଏକ ସୂତ୍ର କହୁଛି ସେ ବାଳସୁଧାର କେନ୍ଦ୍ରରୁ ବାହାରି ଖୁଲମଖୁଲା ବୁଲୁଛି ।

Breaking News