ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵରରେ ପହଞ୍ଚିଲା ପୋଲିସ ଏସ୍ଆଇ ସ୍କାମ୍ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। କ୍ରାଇମ୍ବ୍ରାଞ୍ଚ ବିମାନରେ ଶଙ୍କରକୁ ନୂଆଦିଲ୍ଲୀରୁ ଭୁବନେଶ୍ଵର ଆଣି ସିଧାସଳଖ କ୍ରାଇମବ୍ରାଞ୍ଚ ଅଫିସ୍ କୁ ନେଇଛି। ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଶଙ୍କରକୁ ଗିରଫ କରିଥିଲା। ପୋଲିସ ଏସ୍ଆଇ ସ୍କାମ୍ ଜଣାପଡିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। ଦୁବାଇ ଯିବାକୁ ଯୋଜନା କରିବାବେଳେ କ୍ରାଇମବ୍ରାଞ୍ଚ ଦ୍ଵାରା ଗିରଫ ହୋଇଛି। ଶଙ୍କରଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..