ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିତାହିତ ଜ୍ଞାନ ହରାଇ ନାବାଳକ ଭଣଜା ମାମୁ, ମାଇଁଙ୍କୁ କଲା ହତ୍ୟା କରିଛି । ଗୁଳି ମାରି ସେ ନିଜ ମାମୁ, ମାଇଁଙ୍କ ଜୀବନ ନେଇଥିବା ବେଳେ ମାମୁ ପୁଅଙ୍କ ଶରୀରରେ ଗୁଳି ବାଜିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ମାମୁ, ମାଇଁଙ୍କ ଗାଳି ଅସହ୍ୟ ହେବାରୁ ଭଣଜା ଏପରି ଚରମ ପଦକ୍ଷେପ ଉଠାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ରାଜେନ୍ଦ୍ର ସିଂହ ଓ ତାଙ୍କ ୬୦ ବର୍ଷୀୟ ପତ୍ନୀ। ଏହି ଗୁଳିମାଡ଼ ଘଟଣାରେ ତାଙ୍କ ପୁଅ ସରବନ ଗୁରୁତର ହୋଇଛନ୍ତି । ସରବନ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।। ଘଟଣା ସମୟରେ ବାପାମା’ ପୁଅ ଗୋଟିଏ ରୁମ୍ରେ ଥିବା ବେଳେ ହଠାତ୍ ଅଭିଯୁକ୍ତ ଅଭିଷେକ ହାତରେ ଏକ ବନ୍ଧୁକ ଧରି ରୁମ୍ରେ ପଶିଥିଲେ। ଏହାପରେ ସେ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳି ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟ ପହଞ୍ଚି ସମସ୍ତେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ରାଜେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସରବନଙ୍କ ହାତରେ ଗୁଳି ବାଜିଥିବା ବେଳେ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ଅଭିଷେକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଅରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……