ରିପୋର୍ଟ କାର୍ଡ / ଜଗତସିଂହପୁର
ବର୍ବରତାର ସବୁ ସୀମା ଟପିଗଲା ଶୈତାନି | ସ୍ତ୍ରୀ ଓ ଝିଅକୁ ହାଣିବା ପରେ ନିଜେ ଆତ୍ମହତ୍ୟା କରିଛି | ଏଭଳି ଘଟଣା ଘଟିଛି ଜଗତସିଂହପୁର ଥାନା ଓଡ଼ିଶୋ ପଞ୍ଚାୟତ ଚାନ୍ଦ ପାଟଣା ଗାଁରେ। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୂଚନା ଅନୁସାରେ ଲୋକନାଥ ପାଲ୍ ନିଜ ଧର୍ମପତ୍ନୀ କଳ୍ପନା ପାଲ୍ ଓ ଝିଅ ଲକି ପାଲ୍ କୁ ଆଜି ଭୋରୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ନିଜେ ରସି ଲଗାଇ ଆତ୍ମହତ୍ୟା କରିଛି। ଗୁରୁତର କଳ୍ପନା ଓ ଲକିକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଝିଅ ଲକିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କଳ୍ପନାଙ୍କ ଅବସ୍ଥା ଗୁରୁତର ଅଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭାବ ଅନାଟନ ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..