Report Card Odisha

| Daily Odia News

୨ ପ୍ରେମିକଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ତ୍ତମାନ ସମୟରେ ପରକୀୟା ପ୍ରୀତିକୁ ନେଇ ବହୁ ମାମଲା ସାମ୍ନାକୁ ଆସୁଛି। ଏହା ଦ୍ୱାରା ଚାଲିଯାଉଛି ଅନେକ ସ୍ୱାମୀ ସ୍ତ୍ରୀଙ୍କ ଜୀବନ | ଜଣେ ସ୍ତ୍ରୀ ପ୍ରେମିକଙ୍କୁ ଲଗାଇ ନିଜ ସ୍ୱାମୀକୁ ହତ୍ୟା କରିଛନ୍ତି | ଏହି ଦୁଇ ପ୍ରେମିକଙ୍କ ସହିତ ହତ୍ୟା କରିଥିବା ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଘଟିଛି ରାଜସ୍ଥାନରେ | ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ – ଜରୀନା ବାନୋର ନିଜର ଦୁଇ ସମ୍ପର୍କୀୟ ଆଲାଦ୍ଦିନ୍‌ ଖାନ ଏବଂ ବରକତ ଖାନ ସହ ଅବୈଧ ସମ୍ପର୍କ ଥିଲା। ଏହି ୩ ଜଣ ମିଶି ବାନୋର ସ୍ବାମୀ ୟୁସୁବ ଖାନଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ। ଆଲାଦ୍ଦିନ ଏବଂ ବରକତ ୨ ଅଗଷ୍ଟ ବଳିମ୍ବିତ ରାତିରେ ୟୁସୁଫ ଖାନଙ୍କୁ ଶୂନଶାନ୍‌ ସ୍ଥାନକୁ ଡାକି ନେଇଥିଲେ। ଏହା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ସେମାନେ ହତ୍ୟା କରିଥିଲେ। ୟୁସୁଫଙ୍କ ମୃତଦେହକୁ ସେମାନେ କାମାକ୍ଷୀ କଲେଜ୍‌ ପାଖରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ତେବେ ଏହି ମାମଲାରେ ପୋଲିସ ପ୍ରଥମେ ବରକତକୁ ଗିରଫ କରି ପଚରାଉଚରା କରିଥିଲା। ହତ୍ୟା ଷଡ଼ଯନ୍ତ୍ର ନେଇ ବରକତ ମାନିଥିବା ବେଳେ ଏଥିରେ ୟୁସୁଫଙ୍କ ସ୍ତ୍ରୀ ଜରୀନା ସାମିଲ ଥିବା ନେଇ କହିଥିଲା। ୟୁସୁଫ ମଦ୍ୟପାନ କରି ଜରୀନାକୁ ମାରପିଟ୍‌ କରୁଥିଲେ। ସେଥିପାଇଁ ତାଙ୍କ ପାଖରେ ବରକତ ଖାନ ରହୁଥିଲା। ଏହି ସମୟରେ ଜୀରନା ଏବଂ ବରକତଙ୍କ ମଧ୍ୟରେ ଅବୈଧ ସମ୍ପର୍କ ସ୍ଥାପନ ହୋଇଥିଲା। ଏନେଇ ୟୁସୁଫ ଜାଣିବା ପରେ ବିରୋଧ କରିବା ସହ ବରକତକୁ ବାହାର କରିଦେଇଥିଲେ। ଏହି ସମୟରେ ଆଲାଦ୍ଦିନ ଜରୀନା ଏବଂ ବରକତର ସମ୍ପର୍କ ଜାଣିପାରିଥିଲା। ଏହାର ଫାଇଦା ଉଠାଇ ସେ ମଧ୍ୟ ଜରୀନା ସହ ସମ୍ପର୍କ ସ୍ଥାପନ କରିଥିଲା। ପରେ ୩ ଜଣ ମିଶି ୟୁସୁବଙ୍କୁ ମାରିବାକୁ ଯୋଜନା କରିଥିଲେ ଏବଂ ତାହା ହିଁ କଲେ। ଏବେ ତିନି ଜଣ ଅପରାଧୀ ଜେଲ୍‌ରେ ଥିବା ଜଣାପଡ଼ିଛି।

Breaking News