Report Card Odisha

| Daily Odia News

ଅପରାଧୀମାନେ ଆଉ ଆଇନକୁ ବା ପୋଲିସକୁ ଭୟ କରୁନାହାନ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେଡି। ଦୁଷ୍କର୍ମ ପରେ ହତ୍ୟା, ଦୁଷ୍କର୍ମ କରି ଧମକାଇବା ଓ ଭିଡିଓ କରି ପୀଡ଼ିତାଙ୍କ ଭାଇଙ୍କୁ ପଠାଇବା ଭଳି ଘଟଣାକୁ ବିଜେଡି ନିନ୍ଦା କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟରେ ଘଟୁଥିବା ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ପ୍ରତିଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି । ଆଇନବ୍ୟବସ୍ଥା ଭୁଶୁଡି ପଡିଲାଣି। । ପୋଲିସ ଉପରେ ସାଧାରଣ ଲୋକଙ୍କର ଆଉ ଭରସା ନାହିଁ । ରାଜନଗର ବ୍ଲକ ଅଞ୍ଚଳରେ ରାଖି ପୂର୍ଣ୍ଣିମା ଦିନ ଏକ ଦଳିତ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିଲେ। କେବଳ ଦୁଷ୍କର୍ମ କରିନଥିଲେ ବରଂ ଗଣଦୁଷ୍କର୍ମର ଭିଡ଼ିଓ କରି ପୀଡିତାଙ୍କ ଭାଇ ନିକଟକୁ ପଠାଇଥିଲେ । ଗତ ୬ତାରିଖ ଦିନ ପଟ୍ଟାମୁଣ୍ଡାଇ ଅଂଚଳରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଥିଲା । ଅପରାଧୀମାନେ ଆଉ ଆଇନକୁ ବା ପୋଲିସକୁ ଭୟ କରୁନାହାନ୍ତି।” ସେମାନେ ଆହୁରି କହିଛନ୍ତି, “ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି। ରାଜ୍ୟ ସରକାର କେତେ ଦିନ ଚୁପ ରହିବେ? ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି, ଯାହା ନଥିବା ଭଳି ମନେ ହେଉଛି । ଏପର୍ଯ୍ୟନ୍ତ ବାଲେଶ୍ବର ପୀଡ଼ିତା‌ଙ୍କ ଘଟଣାର ତଦନ୍ତ ଶେଷ ହେଉନି। ବଳଙ୍ଗା ଘଟଣାରେ ପୋଲିସ ଟିପ୍ପଣୀ ଦେବାକୁ ମନା କରୁଛି। ରାଜ୍ୟରେ କ’ଣ ଚାଲିଛି ସେ ପ୍ରଶ୍ନ କରିବା ସାଙ୍ଗକୁ ବରଗଡ଼ ଗାଇସିଲଟ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ଅନୁଧ୍ୟାନ କରୁଛି । ଆଜି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଛି । ରାଜନଗର ଯାଇ ସେ ଟିମ ସଠିକ ଅନୁଧ୍ୟାନ କରିବେ ବୋଲି କହିଛି ବିଜେଡି ।”

Breaking News