ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ସିଆରପିଏଫ ଡିଆଇଜି ସୁନୀଲ କୁମାର ପାର୍ଥ ଆଜି କରୋନାରେ ଆଖି ବୁଜିଛନ୍ତି। ସେ କରୋନା ସଂକ୍ରମିତ ହେବା ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପ୍ରିଲ ୨୬ରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ଘଟିଛି। ସିଆପିଏଫ ଗ୍ରୁପ ସେଣ୍ଟରର ଡିଆଇଜି ଥିଲେ ସୁନୀଲ କୁମାର ପାର୍ଥ। ତାଙ୍କ ପରଲୋକେ ନେଇ ଭୁବନେଶ୍ୱର ସିଆରପିଏଫ ପକ୍ଷରୁ ସୂଚନା ମିଳିଛି।






More Stories
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..
ଖାତାକୁ ଗଲା ସୁଭଦ୍ରା ଟଙ୍କା…..
ଆଜି ଆସିବ ସୁଭଦ୍ରା ଟଙ୍କା…..