ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଅଦର୍ ପୁନାୱାଲା ଏବଂ ତାଙ୍କ ପରିବାରକୁ ‘ଜେଡ୍ ପ୍ଲସ ’ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ବୁଧବାର ଦିନ ବମ୍ବେ ହାଇକୋର୍ଟରେ ‘ରିଟ୍ ପିଟିସସନ୍’ ଦାଏର କରାଯାଇଛି। ଉକ୍ତ ପିଟିସନ୍ ଫାଇଲ୍ କରିଥିବା ଆଡ୍ଭୋକେଟ୍ ଦତ୍ତ ଶ୍ରୀରଙ୍ଗ ମାନେ କହିଛନ୍ତି ଯେ, ଅଦର୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ‘ଜେଡ୍ ପ୍ଲସ’ ସୁରକ୍ଷା ଯୋଗାଇ ଦେବା ଉଚିତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ ଧମକ ଦିଆଯାଉଥିବାରୁ ତାଙ୍କ ସମ୍ପତ୍ତିକୁ ମଧ୍ୟ ନିରାପଦ ରଖାଯିବା ଉଚିତ। ପିଟିସନ୍କାରୀ ଦାଏର କରିଥିବା ଅଭିଯୋଗ ଆଧାରରେ ‘ଏଫ୍ଆଇଆର୍’ ଫାଇଲ୍ କରିବା ପାଇଁ ମହାରାଷ୍ଟ୍ର ସରକାର ଏବଂ ପୁଣେ ପୁଲିସ କମିସନର୍ଙ୍କୁ ଆଦେଶ ଦେବା ଲାଗି ଉକ୍ତ ପିଟିସନ୍ରେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..