ରିପୋର୍ଟ କାର୍ଡ / କଟକ
କଟକରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି । ପୁରୀଘାଟ ଥାନା ନିକଟ ନର୍ସିଂହୋମର ୩ୟ ମହଲାରେ ନିଆଁ ଲାଗିଛି । ରାଧାରମଣ ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରିରଖିଛି । ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି | ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ କାରଣ ଅସ୍ପଷ୍ଟ ରହିଛି । ଧନ ଜୀବନର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।






More Stories
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..
ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ…..