ରିପୋର୍ଟ କାର୍ଡ / କଟକ
କଟକରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି । ପୁରୀଘାଟ ଥାନା ନିକଟ ନର୍ସିଂହୋମର ୩ୟ ମହଲାରେ ନିଆଁ ଲାଗିଛି । ରାଧାରମଣ ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରିରଖିଛି । ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି | ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ କାରଣ ଅସ୍ପଷ୍ଟ ରହିଛି । ଧନ ଜୀବନର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
More Stories
ଆଜିଠୁ ଘରଘର ବୁଲି ସର୍ଭେ କରିବେ ଶିକ୍ଷକ…..
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..