ରିପୋର୍ଟ କାର୍ଡ / କଟକ
ନୂଆବର୍ଷରେ ସବୁଠି ଉତ୍ସାହର ମାହୋଲ ଥିବା ବେଳେ କଟକର ଯୋବ୍ରା ବ୍ୟାରେଜ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯୋବ୍ରା ବ୍ୟାରେଜ୍ ନିକଟରେ ବାଇକ୍କୁ ଏକ ହାଇୱା ଧକ୍କା ଦେଇଛି । ମଉସା ସହ କୁନି ଝିଅ ଯାଉଥିବା ବାଇକ୍କୁ ହାଇୱା ଧକ୍କା ଦେବା ପରେ କୁନି ଝିଅ ବାଇକ୍ରୁ ଖସି ପଡିଥିଲା । ଏହାପରେ କୁନି ଝିଅ ଉପରେ ହାଇୱା ଚଢି ଯାଇଥିଲା । ମଉସାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଅଟକ ରଖି ମାଲଗୋଦାମ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..