ରିପୋର୍ଟ କାର୍ଡ / କଟକ
କଟକ ଦୋଳମୁଣ୍ଡାଇରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦୋଳମୁଣ୍ଡାଇ କପଡ଼ା ଗୋଦାମରେ ନିଆଁ ଲାଗିଯାଇଛି | ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ତେବେ ସୁଟକେସ୍ ଶୋ’ ରୁମ ଏବଂ କପଡ଼ା ଦୋକାନରେ ନିଆଁ ଲାଗିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଶୋ’ ରୁମ୍ ଖୋଲି ଏସି ସୁଇଚ୍ ଅନ୍ କରିବା କ୍ଷଣି ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ନିଆଁ ହୁତୁହୁର ହୋଇ ଜଳୁଥିବାରୁ ପାଖରେ ରହିଥିବା ଲୋକେ ଆତଙ୍କିତ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିବ। ତେଣୁ ଆତଙ୍କିତ ନ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।






More Stories
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି…..