Report Card Odisha

| Daily Odia News

ଗୁଡି ସୂତା ଲାଗି ଦୁଇ ବାଇକ ଆରୋହୀ ଆହତ….

ରିପୋର୍ଟ କାର୍ଡ / କଟକ

ମକର ସଂକ୍ରାନ୍ତି ଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଥିବାବେଳେ କଟକରେ ଏକ ଅଘଟଣ ଘଟିଛି। ଗୁଡି ସୂତା ଲାଗି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଚାଇନା ଗୁଡି ସୂତା ଲାଗିଯିବାରୁ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ବାଇକରେ ଆସୁଥିବାବେଳେ ବାଲିକୁଦା ଛକରେ ସୂତା ଲାଗିଥିବାର ସୂଚନା ମିଳିଛି। ଏଥିରେ ଜଣେ ଯୁବକଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କ ପାପୁଲି କଟି ରକ୍ତାକ୍ତ ହୋଇଛି। ଆହତ ଦୁଇ ଯୁବକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି। ତେବେ ସେମାନେ ବାଇକ୍ ଯୋଗେ କଟକ ଆସୁଥିବାବେଳେ ଏହି ଅଘଟଣ ଘଟିଛି। ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଡି ଉଡା ପାଇଁ ଚାଇନା ସୂଚନା ବ୍ୟାନ୍ ହୋଇଥିବାବେଳେ ଏହା କିପରି ମାର୍କେଟରେ ମିଳୁଛି ଏବଂ ଗୁଡି ଉଡାରେ ବ୍ୟବହାର ହେଉଛି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Breaking News