ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଚାଲିଥିବା ବିବାଦ କୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ରାଜ୍ୟରେ ହିଂସା ଓ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଉଥିବା ବେଳେ ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୌବାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବା ସୂଚନା ରହିଛି। ପୂର୍ବ ଆଦେଶରେ ଇମ୍ଫାଲ ପୂର୍ବ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମାଜିଷ୍ଟ୍ରେଟମାନେ ମଙ୍ଗଳବାର ସକାଳ ୫ ଟାରୁ ୧୦ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାରେ କର୍ଫ୍ୟୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲାଗୁଡ଼ିକରେ “ଆଇନ ଶୃଙ୍ଖଳା ପରିସ୍ଥିତିର ବିକାଶ” ଯୋଗୁ ମଙ୍ଗଳବାର ସକାଳ ୧୧ଟାରୁ ଉଭୟ ଜିଲ୍ଲାରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତ କିଛି ଦିନ ହେବ ମଣିପୁରରେ ହିଂସାର ଏକ ନୂଆ ତରଙ୍ଗ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୬ ତାରିଖରେ ରାଜ୍ୟର ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗରେ ଏକ ଆରପିଜି ଆକ୍ରମଣ ହୋଇଥିଲା, ଯାହାଫଳରେ ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ମରେମ୍ବାମ୍ କୋରେଙ୍ଗ ସିଂଙ୍କ ବାସଭବନରେ ପୂଜା କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହା ଘରର କାନ୍ଥକୁ ଭାଙ୍ଗି ଦେଇଥିଲା।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……