Report Card Odisha

| Daily Odia News

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା….

ରିପୋର୍ଟ କାର୍ଡ / କଟକ

ଆଜିଠୁ ଆରମ୍ଭ ଐତିହାସିକ କଟକର ବାଲିଯାତ୍ରା । ୮ ନଭେମ୍ବର ରୁ ଆରମ୍ଭ ହୋଇ ୧୬ ନଭେମ୍ବର ପର୍ଯ୍ୟନ୍ତ ଚାଲିବ | କଟକ ବାଲିଯାତ୍ରା ଭାଇଚାରାର ପର୍ବ | ଦୀର୍ଘ ୨ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ବେଶ୍ ଉତ୍ସାହ । କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି। ଏଥର ବାଲିଯାତ୍ରା ବୁଲା ସାଙ୍ଗକୁ ମହାନଦୀରେ ଲାଇଟ ଆଣ୍ଡ ସାଉଣ୍ଡର ମଜା ନେଇ ପାରିବେ। ବାଲିଯାତ୍ରା ପଡିଆରେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ। କ୍ୟୁଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ। ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ। ଭିଡ଼କୁ ଦୃଷ୍ଟି ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ। କଟକ ଡିସିପି ପୀନାକ ମିଶ୍ର କହିଛନ୍ତି, ଏଠାରେ ନୂଆ କରି ଖୋଲାଯାଇଥିବା ପୁଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି। ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭି ବଳୟରେ। ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ।

Breaking News