ରିପୋର୍ଟ କାର୍ଡ / କଟକ
ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଶନିବାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି । ଆଜି ସକାଳ ପ୍ରାୟ ୬ଟା ୩୦ ବୋଳେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଈ ବନ୍ଧରେ ପୋଲିସର ତାକୁ ପିଛା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ଏହାପରେ ପୋଲିସର ଗୁଳିମାଡ଼ରେ ସେ ଆହତ ହୋଇଛି । ରାକା ନାଁରେ ରହିଛି ଏକାଧିକ ଅପରାଧିକ ମାମଲା।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……