ରିପୋର୍ଟ କାର୍ଡ / ଭୁବନେଶ୍ବର
ବାତ୍ୟା ‘ଦାନା’ ପୁରୀ- ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ଏନେଇ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି। ଅତି ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ ବୋଲି କୁହାଯାଇଛି। ଅତିବେଶିରେ ୧୨୦ କିଲୋମିଟର ଛୁଇାପାରେ ପବନର ଗତି। ବାତ୍ୟା ‘ଦାନା’ର ପ୍ରଭାବରେ ୨୪ ତାରିଖରେ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ୍ ୱାର୍ଣ୍ଣିଂ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଓ ଯାଜପୁରକୁ ରେଡ ୱାର୍ଣ୍ଣିଂ ରହିଛି।






More Stories
ଖଣି ନିଲାମ ପ୍ରକ୍ରିୟା ଆରମ୍ଭ…..
ପ୍ରବଳ ବର୍ଷିବ: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ……
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍ସିର ଅବମାନନା…..