ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’। ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ‘ମିଧିଲି’ ପାରାଦୀପଠାରୁ ୧୯୦ କିମି ଦୂରତାରେ ଅବସ୍ଥିତ ଥିବା ବେଳେ ଦୀଘା ଠାରୁ ୨୦୦ କିମି ଦୂରରେ ରହିଛି। ବାତ୍ୟା ‘ମିଧିଲି’ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ବାଂଲାଦେଶର ଖେପୁପରା ଉପକୂଳ ଛୁଇଁବ। ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..