ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାତ୍ୟା ଜୱାଦ୍ ପ୍ରଭାବରେ ଅତି ପ୍ରବଳ ବର୍ଷା ହେବ | ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୮ ଜିଲ୍ଲା ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି | ପୁରୀ ଏବଂ ଜଗତ୍ସିଂହପୁର ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏଥି ସହିତ ପ୍ରବଳ ବର୍ଷା ନେଇ ମଧ୍ୟ ୮ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଯାଜପୁର, କଟକ, ଖୋର୍ଦ୍ଧା, ଗଜପତି ଓ କେନ୍ଦ୍ରାପଡ଼ା । ସେହିପରି ୪ ଜିଲ୍ଲା ଯଥା- କନ୍ଧମାଳ, ନୟାଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜଣାପଡ଼ିଛି। ବାତ୍ୟା ପୁରୀ ଠାରୁ ୩୯୦, ଗୋପାଳପୁର ଠାରୁ ୩୨୦ କିମି, ପାରାଦ୍ୱୀପ ଠାରୁ ୪୭୦ କିମି ଏବଂ ବିଶାଖାପାଟଣାା ଠାରୁ ୨୧୦ କିମି ଦୂରରେ ରହିଥିବା ବେଳେ ଏହା ଘଣ୍ଟାକୁ ୪ କିିମି ବେଗରେ ଉତ୍ତର ଆଡ଼କୁ ଗତି କରୁଥିବା ଜଣାପଡ଼ିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..