Report Card Odisha

| Daily Odia News

୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ବାଂଲାଦେଶ ଉପକୂଳ ଅତିକ୍ରମ | ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ। କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ସମ୍ଭାବନା । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ଓଡ଼ିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏପରିକି ପବନ କି ବର୍ଷା ହେବନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Breaking News