ରିପୋର୍ଟକାର୍ଡ / ଭୁବନେଶ୍ବର
ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା । ସରକାର ରାଜ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୫୨ରୁ ୫୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦୨ରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ ।






More Stories
ଆଜି ଆସିବ ସୁଭଦ୍ରା ଟଙ୍କା…..
ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର…..
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..