ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। କଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ରହିଥିବା ଏହି ଡାକୋଟା ବିମାନ ଏବେ ଖୋଲା ଯାଉଛି । ୧୨ ତାରିଖରେ ଦୁଇଟି ବଡ଼ ଟ୍ରକରେ କଲକାତାରୁ ଓଡ଼ିଶା ଯାତ୍ରା କରିବ। ଏଥିପାଇଁ ପୋଲିସ ଡିଜି ଓ ପରିବହନ ବିଭାଗ ସଚିବ ବିମାନ ଆସିବାକୁ ଥିବା ଜାତୀୟ ରାଜପଥର ସମସ୍ତ ଅଧିକାରୀମାନଙ୍କୁ ସଜାଗ କରି ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକଙ୍କ ଏହି ବିମାନକୁ ଓଡ଼ିଶା ଆଣିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି କରିଥିଲେ ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ। ସେଠାରେ ପୁଣି ପୂର୍ବବତ ଯୋଡ଼ା ଯାଇ ସମ୍ପୂର୍ଣ୍ଣ ବିମାନକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ।






More Stories
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..
ଟ୍ୟୁଶନ ହେବେ ରାଜସ୍ବ ବାବୁ…..
ଭିତର ଭଣ୍ଡାରରେ ହେବ ଗଣତିମଣତି…..