ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେରମ୍ ଇନିଷ୍ଟିଚ୍ୟୁଟକୁ ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ମିଳିଲାନି ଅୁମତି । କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇ ନାହିଁ । ୨-୧୭ ବର୍ଷ ଭିତରେ ପିଲାଙ୍କ ଉପରେ କୋଭୋଭାକ୍ସ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଥିଲା ସେରମ୍ । ବିଶେଷଜ୍ଞ କମିଟି ପ୍ରଥମେ ଯୁବକଙ୍କ ଉପରେ ପରୀକ୍ଷଣ ପାଇଁ ପରାମର୍ଶ ଦେଇଛି । ଗତ ସୋମବାର ଦିନ DCGIଙ୍କ ପାଖରେ ପିଲାଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ଅନୁମତି ଦେବା ପାଇଁ ଆବେଦନ କରିଥିଲା ସେରମ୍ । ମୋଟ୍ ୯୨୦ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଉଲ୍ଲେଖ କରିଥିଲା । ଯେଉଁଥିରେ ଉଭୟ ୧୨-୧୭ ବର୍ଷ ଓ ୧-୧୧ ବର୍ଷ ବର୍ଗରେ ୪୬୦ ଜଣ ଲେଖାଏ ପିଲାଙ୍କ ଉପରେ ଟିକା ଟ୍ରାଏଲ୍ ଅନୁମତି ମାଗିଥିଲା । ୨୦୨୦ ଅଗଷ୍ଟରେ ଟିକା ବିକଶିତ ଓ ବିକ୍ରି କରିବା ପାଇଁ ସେରମ୍ ସହ ଲାଇସେନ୍ସ ନେଇ ବୁଝାମୁଣା କରିଥିଲା ନୋଭାଭାକ୍ସ କମ୍ପାନୀ । ଭାରତରେ କମ୍ପାନୀର କରୋନା ଟିକା କୋଭୋଭାକ୍ସର ଟ୍ରାଏଲ୍ ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ସେପ୍ଟେମ୍ବରରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାର ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା ସେରମ୍ ଇନଷ୍ଟିଚ୍ୟୁଟ୍ ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..