ରିପୋର୍ଟ କାର୍ଡ / ସୁନ୍ଦରଗଡ
ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନାରେ ଘଟିଥିବା ଦୁର୍ଘଟଣାକୁ ୨୨ଘଣ୍ଟା ବିତିଥିବା ବେଳେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କୋଇଲା ହପର ତଳେ ଚାପି ହୋଇ ରହିଥିବା ତିନି ଶ୍ରମିକ ଉଦ୍ଧାର ହୋଇ ପାରି ନ ଥିବାବେଳେ ତାଙ୍କ ପରିବାର ବର୍ଗ ଭୟଭୀତ ହୋଇ ରହିଛନ୍ତି। ଘଟଣା ପରେ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସପି, ରାଜଗାଙ୍ଗପୁର ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ କମ୍ପାନୀର ଏକାଧିକ କ୍ରେନ, ଡମ୍ଫର, ୪ଟି ଦମକଳ ଗାଡ଼ି, ଓଡ୍ରାଫ୍ ଟିମ୍ ନିୟୋଜିତ ଥିବାବେଳେ ୬ଟି ଆମ୍ବୁଲାନ୍ସ ସଜାଗ ହୋଇ ରହିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……