ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ୧୩ଟି ସହରର ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଏଣେ ଏବର୍ଷର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ରେକର୍ଡ ହୋଇଛି। ଏଠାରେ ରାତ୍ର ତାପମାତ୍ରା ୪ ଡିଗ୍ରି ସେଲସିଅସ୍ ଥିଲା। ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଦାରିଙ୍ଗବାଡି ୪.୦ ଡିଗ୍ରି ସେଲସିଅସ୍, ଝାରସୁଗୁଡା ୫.୬ ଡିଗ୍ରି ସେଲସିଅସ୍, ଫୁଲବାଣୀ ୬.୫ ଡିଗ୍ରି ସେଲସିଅସ୍, ସୋନପୁର ୬.୯ ଡିଗ୍ରି ସେଲସିଅସ୍ , କେନ୍ଦୁଝର ୭.୪ ଡିଗ୍ରି ସେଲସିଅସ୍, ଟିଟଲାଗଡ଼ ୯.୩ ଡିଗ୍ରି ସେଲସିଅସ୍, ବଲାଙ୍ଗୀର ୮.୦ ଡିଗ୍ରି ସେଲସିଅସ୍, ସମ୍ବଲପୁର ୯.୦ ଡିଗ୍ରି ସେଲସିଅସ୍, ବାରିପଦା ୯.୫ ଡିଗ୍ରି ସେଲସିଅସ୍ ଓ ସୁନ୍ଦରଗଡ଼ ୮.୦ ଡିଗ୍ରି ସେଲସିଅସ୍, ଭବାନୀପାଟଣା ୮.୯ ଡିଗ୍ରି ସେଲସିଅସ୍, ତାଳଚେର ଓ ହୀରାକୁଦ ୯.୦ ଡିଗ୍ରି ସେଲସିଅସ୍। କଟକରେ ୧୨.୪ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରି ସେଲସିଅସ୍ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ