Report Card Odisha

| Daily Odia News

ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର……

ରିପୋର୍ଟ କାର୍ଡ / କୋରାପୁଟ

ରାଜସ୍ୱ ସହାୟିକା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାର୍ଟର୍ସରେ। ମୃତ ରାଜସ୍ୱ ସହାୟିକା ଜଣଙ୍କ ହେଲେ ସନ୍ଧ୍ୟାରାଣୀ ନାୟକ। ସନ୍ଧ୍ୟାରାଣୀ ଦୁଇ ବର୍ଷ ହେଲା ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।ସନ୍ଧ୍ୟାରାଣୀ ବ୍ଲକ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ। ଦଶହରା ଛୁଟିରେ ସମସ୍ତ କର୍ମଚାରୀ ଛୁଟିରେ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରାଣୀ ଘରକୁ ନ ଯାଇ ନିଜ କ୍ୱାର୍ଟର୍ସରେ ରହିଥିଲେ। ସମସ୍ତ କର୍ମଚାରୀ ଛୁଟି ସାରି ପୁଣି କ୍ୱାର୍ଟର୍ସକୁ ଫେରିଥିଲେ। ଗତକାଲି ଜଣେ କର୍ମଚାରୀ ସନ୍ଧ୍ୟାରାଣୀଙ୍କ ଘର କବାଟ ପାଖରୁ ଦୃର୍ଗନ୍ଧ ବାହାରୁଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ତାଙ୍କ ମନରେ ସନ୍ଦେହ ହୋଇଥିଲେ। ସେ ଏ ବାବଦରେ ପୋଲିସ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ତାଡ଼ି ଭିତରକୁ ପଶିଥିଲା। ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତଦେହକୁ ଘରୁ ଉଦ୍ଧାର କରି ଘଟଣାସମ୍ପର୍କରେ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଥିଲା। ତେବେ ସନ୍ଧ୍ୟାରାଣୀ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାର ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Breaking News