Report Card Odisha

| Daily Odia News

ଫ୍ଲାଟରୁ ମିଳିଲା ସବ୍‌-ଇନ୍ସପେକ୍ଟରଙ୍କ ମୃତଦେହ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁମ୍ବାଇର ଏକ ଫ୍ଲାଟରୁ ମିଳିଛି ଜଣେ ମହିଳା ସବ୍‌-ଇନ୍ସପେକ୍ଟରଙ୍କ ଗଳିତ ଶବ । ମୃତ ସବ୍‌-ଇନ୍ସପେକ୍ଟର ଜଣଙ୍କ ହେଉଛନ୍ତି ଶୀତଲ ୟେକଡେ। ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁମ୍ବାଇର କୁର୍ଲାର ନେହରୁ ନଗର ଥାନାରେ ୩୦ ବର୍ଷୀୟ ଶୀତଲ ସବ୍‌-ଇନ୍ସପେକ୍ଟର ଭାବେ କାମ କରୁଥିଲେ। ତେବେ ସେ ପ୍ରାୟ ଦେଢ଼ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ ଜଣାପଡ଼ିନି। ନେହରୁ ନଗରର ଏକ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଏକ ଫ୍ଲାଟରେ ଏକୁଟିଆ ରହୁଥିଲେ ଶୀତଲ। ସେ ପାଖ ପଡ଼ୋଶୀଙ୍କ ସହିତ ବେଶି ମିଶାମିଶି କରୁ ନ ଥିଲେ। ତାଙ୍କ ଫ୍ଲାଟର କବାଟ କିଛି ଦିନ ହେବ ବନ୍ଦ ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶି ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା।

Breaking News