Report Card Odisha

| Daily Odia News

ଆତଙ୍କବାଦୀ ଆକ୍ରମଣ ଘଟଣା:୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତଙ୍କ ମୃତଦେହ…..

ରିପୋର୍ଟ କାର୍ଡ / ବାଲେଶ୍ବର

ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହକୁ ଆଜି ବାଲେଶ୍ବର ଅଣାଯିବ। ତାଙ୍କ ପରିବାର ବର୍ଗ ପହଲଗାମରେ ପହଞ୍ଚିଛନ୍ତି। ଆଜି ଅପରାହ୍ନ ୨ଟାରେ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହକୁ ଏୟାରଲିଫ୍ଟ କରାଯିବ ଓ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ। ସେଠାରୁ ତାଙ୍କ ମୃତଦେହକୁ ବାଲେଶ୍ବର ଅଣାଯିବ। ପୋଷ୍ଟମର୍ଟମ ସରିଛି। ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା। ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା। ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିକରିଥିଲେ।

Breaking News